ଭୁବନେଶ୍ୱର, ବାଲେଶ୍ୱରରୁ ୫ ବ୍ରାଉନସୁଗାର ଡିଲର ଗିରଫ: ୩୨୪ ଗ୍ରାମ ବ୍ରାଉନସୁଗାର, ୩.୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ପୋଲିସ ଡିଜିଙ୍କ କଡା ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟିମ୍‌ ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ଏସଟିଏଫ୍‌ ଟିମ୍‌ ବାଲେଶ୍ୱର ଏବଂ ଭୁବନେଶ୍ୱରର ବିଭିନ୍ନ ଯାଗାରେ ଚଢାଉ କରି ୫ ବ୍ରାଉନସୁଗାର ଡିଲରଙ୍କୁ ଗିରଫ କରିଛି। ସେମାନେ ହେଲେ ଇନଫୋସିଟି ଥାନା ଅଞ୍ଚଳର ଏସକେ ସାଗ୍‌ବା(୨୨), ବାଲେଶ୍ୱର ଟାଉନର ତନ୍ମୟ କୁମାର ସାହୁ(୨୦), ଏସ.କେ ଫକୀର(୨୮), ଏମଡି ସୋହେଲ(୨୮) ଏବଂ ଏସକେ ସାଇବୁଲ୍‌। ସେମାନଙ୍କ ନିକଟରୁ ୩୨୪ ଗ୍ରାମ ବ୍ରାଉନସୁଗାର ଏବଂ ୩.୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ବ୍ରାଉନସୁଗାର ମାଫିଆଙ୍କ ଘର ବାଂଲାଦେଶ ବୋଲି ଜଣାପଡିଛି। ସେମାନେ ବାଂଲାଦେଶରୁ ଜଳପଥରେ ବ୍ରାଉନସୁଗାର ବାଲେଶ୍ୱରକୁ ଆଣୁଥିଲେ ଏବଂ ସେଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଏପରିକି ରାଜଧାନୀର ଏକାଧିକ ଡିଲର ସେମାନଙ୍କଠାରୁ ବ୍ରାଉନସୁଗାର ଆଣି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ। ଏନେଇ ଏସଟିଏଫ୍‌ ଟିମ୍‌ ଜାଣିବା ପରେ ସେମାନଙ୍କୁ ଗିରଫ କରାଯାଇଛି।

Share