Categories: ଖେଳ

ଭୁଭିଙ୍କ ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ନୂପୁର

ନୂଆଦିଲ୍ଲୀ,୨୨।୯: ଆଜିକାଲି ଭାରତର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଉଛନ୍ତି। ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ଏସିଆ କପରେ ତାଙ୍କର ୧୯ତମ ଓଭର ଭାରତ ପାଇଁ ମହଙ୍ଗା ପ୍ରମାଣିତ ହୋଇଥିଲା ଏବଂ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ ମଧ୍ୟ ସମାନ ଘଟଣା ଘଟିଛି। ଭୁଭି ୧୯ତମ ଓଭରରେ ମହଙ୍ଗା ବୋଲିଂ କରିଥିଲେ, ଯାହା ଭାରତ ଉପରେ ଭାରି ପଡିଛି। ତାଙ୍କ ସ୍ତ୍ରୀ ନୂପୁର ନାଗର ଭୁଭିଙ୍କ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଲେଖିଛନ୍ତି, ଆଜିକାଲି ଲୋକଙ୍କର କିଛି କାମ ନାହିଁ। ଘୃଣା ଏବଂ ଈର୍ଷା ବିସ୍ତାର କରିବାକୁ ସେମାନଙ୍କର ଅନେକ ସମୟ ଅଛି। ସେ ସମସ୍ତଙ୍କୁ ମୋର ପରାମର୍ଶ ହେଉଛି – ତୁମର ବାକ୍ୟ କୌଣସି ଫରକ ପକାଏ ନାହିଁ। ତେଣୁ ନିଜକୁ ଉନ୍ନତ କରିବା ପାଇଁ ଏହି ସମୟ ବିତାନ୍ତୁ।
୨୦ ସେପ୍ଟେମ୍ବରରେ ଖେଳାଯାଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ଭୁବନେଶ୍ୱର କୁମାର ୧୯ ଓଭରରେ ବୋଲିଂ କରି ୧୬ ରନ ଦେଇଥିଲେ। ଏଥିରେ ଏକ ଓ୍ବାଇଡ୍‌ ବଲ ଥିଲା। ଭୁଭି ପ୍ରାରମ୍ଭିକ ଓଭରରେ ପ୍ରଭାବଶାଳୀ ବୋଲିଂ କରୁଛନ୍ତି, କିନ୍ତୁ ଡେଥ୍‌ ଓଭରରେ ସେ ଚାପରେ ରହୁଥିବା ଭଳି ଜଣାପଡିଛି।

Share