ଭୁଲିପାରୁ ନାହାନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଦୂରେଇ ଗଲେଣି କହିଲେ କିଛି ଭୁଲ୍‌ ହେବନାହିିଁ। ନିକଟରେ ରିଲିଜ୍‌ ହୋଇଥିବା ‘ଭାରତ’ରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। ହେଲେ କେତେକ କାରଣରୁ ଏହାକୁ ସେ ହାତଛଡ଼ା କରିଥିଲେ। ହେଲେ ବଲିଉଡ୍‌ଠାରୁ ସେ ସମ୍ପୂର୍ଣ୍ଣ ଦୂରେଇ ଯାଇନାହାନ୍ତି ବୋଲି କହିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ ପ୍ରିୟଙ୍କା କହିଥିଲେ ଯେ, ବଲିଉଡ୍‌ ଏବଂ ମୁଁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଅବଶ୍ୟ ଏବେ ସାମୟିକ ସମୟ ପାଇଁ ମୁଁ ହିନ୍ଦୀ ଅଫରଗୁଡିକୁ ଗ୍ରହଣ କରିପାରିନି। ତେବେ ଆଗକୁ ଏ ନେଇ ନିଶ୍ଚୟ ଚିନ୍ତା କରିବି।’

Share