ଭୁଲ୍‌ରେ ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏହି ୬ଟି ଜିନିଷ

ସାଧାରଣତଃ ବ୍ୟସ୍ତବହୁଳତା ଜୀବନ ଯୋଗୁ ଲୋକମାନେ ସପ୍ତାହର ପନିପରିବା ଆଣି ଫ୍ରିଜ୍‌ରେ ରଖିଦେଇଥାନ୍ତି। ପ୍ରାୟ ସମୟରେ ଏହି ପନିପରିବା ବହୁଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରହିଯାଇଥାଏ। ହେଲେ ଆପଣ ଅଜାଣତରେ କେତେ ବଡ଼ ଭୁଲ କରୁଛନ୍ତି ଜାଣିଛନ୍ତି କି? କିଛି ଜିନିଷ ଫ୍ରିଜ୍‌ରେ ବହୁ ଦିନ ପର୍ଯ୍ୟନ୍ତ ରହିଲେ ଏହା ଖାଦ୍ୟର ଗୁଣବତ୍ତାକୁ ହରାଇଥାଏ। ଏଥିସହ ଏହା ଆପଣ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା ଫ୍ରିଜ୍‌ରେ କେଉଁ କେଉଁ ଜିନିଷ ରଖିବା ନାହିଁ।
ବ୍ରେଡ: ବ୍ରେଡକୁ କେବେ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ। ଏହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ। କାରଣ ଏହାକୁ ଫ୍ରିଜ୍‌ରେ ରଖିଲେ ଏହାର ସ୍ବାଦ ବଦଳିବା ସହ ଶରୀରର ପାଇଁ କ୍ଷତିକାରକ ହୋଇଥାଏ।
ଟମାଟୋ: ଟମାଟୋକୁ ବଜାରରୁ କିଣି ଆଣି ସିଧା ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଫ୍ରିଜ୍‌ରେ ରଖିବା ଦ୍ୱାରା ଟମାଟୋ ଭିତରେ ଥିବା ଏକ ପତଳା ଆସ୍ତରଣ ଛିଡ଼ିଯାଇଥାଏ। ଫଳରେ ଖୁବ୍‌ଶୀଘ୍ର ଏହା ନଷ୍ଟ ହୋଇଯାଇଥାଏ।
କଫି: ଭୁଲ୍‌ରେ ବି କେବେ କଫିକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ। କଫି ରଖିଲେ ଫ୍ରିଜ୍‌ରେ ଥିବା ଅନ୍ୟାନ୍ୟ ଜିନିଷର ବାସ୍ନା ବଦଳିଯିବା ସହ ଶୀଘ୍ର ନଷ୍ଟ ମଧ୍ୟ ହୋଇଯାଇଥାଏ।
କଦଳୀ: ଫଳ ଭିତରେ କଦଳୀକୁ କେବେ ଫ୍ରିଜ୍‌ରେ ରଖନ୍ତୁ ନାହିଁ। କାରଣ ଫ୍ରିଜ୍‌ରେ ଯେତେ ସତେଜ କଦଳୀ ରଖନ୍ତୁ ନା କାହିଁକି କିଛି ସମୟ ମଧ୍ୟରେ ଏହା କଳା ହୋଇଯିବ। ଫ୍ରିଜ୍‌ରେ ରଖାଯାଇଥିବା କଦଳୀରୁ ଇଥାଇଲୀନ ନାମକ ଏକ ଗ୍ୟାସ୍‌ ବାହାରିଥାଏ, ଯାହାଦ୍ୱାରା ପାଖରେ ଥିବା ଅନ୍ୟାନ୍ୟ ଫଳ ମଧ୍ୟ ନଷ୍ଟ ହୋଇଯାଇଥାଏ।
ମହୁ: ମହୁକୁ ଏକ ଜାରରେ ଫ୍ରିଜ୍‌ରେ ରଖିଲେ ବର୍ଷ ବର୍ଷ ଧରି ଭଲ ରହିବ ବୋଲି ଆମେ ଭାବିଥାଉ। ହେଲେ ଏହାକୁ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ। କାରଣ ଏହାକୁ ଫ୍ରିଜ୍‌ ରଖିଲେ ମହୁର ଗୁଣବତ୍ତା ନଷ୍ଟ ହେବା ସହ କଠିନ ହୋଇଯାଇଥାଏ।
ଆଳୁ: ଆଳୁକୁ ଫ୍ରିଜ୍‌ରେ ରଖିଲେ ଏଥିରେ ଥିବା ଶ୍ୱେତସାର ଶର୍କରାରେ ପରିଣତ ହୋଇଥାଏ। ଏଥିରୁ ତାହାର ସ୍ବାଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ତରଭୁଜ୍‌: ଫ୍ରିଜ୍‌ରେ ତରଭୁଜ୍‌କୁ ରଖିଲେ ଏଥିରେ ଥିବା ପୌଷ୍ଟିକ ଗୁଣ ଖରାପ ହୋଇଥାଏ।

Share