ଭୁଲ୍‌ରେ ୩୫ ପୋଲିସଙ୍କ ଜୀବନ ନେଲା ଆମେରିକା

କାବୁଲ,୧୮ା୫(ଆଇଏଏନ୍‌ଏସ୍‌): ଆମେରିକା ବାୟୁସେନା ଭୁଲ୍‌ରେ ସହଯୋଗୀ ଆଫଗାନିସ୍ତାନକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ୪ ଆମେରିକୀୟ କମାଣ୍ଡରଙ୍କ ସମେତ ୩୫ ପୋଲିସ କର୍ମଚାରୀ ନିହତ ହୋଇଥିବାବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି।
ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶସ୍ଥିତ ନହର-ଇ-ସରାଜ ଜିଲାର ଅତ୍ତାଉଲ୍ଲାହରେ ତାଲିବାନ ଆତଙ୍କବାଦୀ ଓ ଆଫଗାନିସ୍ତାନ ସୁରକ୍ଷା ବଳ ମଧ୍ୟରେ ଗୁରୁବାର ରାତିସାରା ସଂଘର୍ଷ ଚାଲିଥିଲା।
ତାଲିବାନ ରାଜପଥ ଉପରେ ଅବସ୍ଥିତ କେତେକ ସୁରକ୍ଷା ଚେକ୍‌-ପୋଷ୍ଟ ଉପରେ ଆକ୍ରମଣ କରିଥିବାବେଳେ ପୋଲିସ ସେମାନଙ୍କୁ ଘଉଡ଼ାଇବା ଲାଗି ଉଦ୍ୟମ ଚଳାଇଥିଲା। ଏହି ସମୟରେ ଆମେରିକା ବାୟୁସେନା ସୁରକ୍ଷା ବଳ ସପକ୍ଷରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା। କିନ୍ତୁ ଭୁଲବଶତଃ ଏଥିରେ ଆଫଗାନିସ୍ତାନ ସୁରକ୍ଷା ବଳର ୩୫ ଜଣ ନିହତ ହୋଇଛନ୍ତି।

Share