Categories: ଜାତୀୟ

ଭୁଲ୍‌ କରୁଛି କଂଗ୍ରେସ: ନିରୁପମ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ସହ ଏନ୍‌ସିପି ଓ କଂଗ୍ରେସ ମେଣ୍ଟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏବେ ଏହାକୁ ନେଇ କଂଗ୍ରେସ ନେତା ସଞ୍ଜୟ ନିରୁପମ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ରରେ କଂଗ୍ରେସ ଭୁଲ୍‌ କରୁଛି। କାରଣ ଶିବସେନା ସହ ମେଣ୍ଟ କରି ତୃତୀୟ ସ୍ଥାନରେ ରହିବା ଅର୍ଥ କଂଗ୍ରେସକୁ ସାମାଧି ଦେବା ସହ ସମାନ ବୋଲି ନିରୁପମ ଟୁଇଟ୍‌ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କିଛି ବର୍ଷ ପୂର୍ବେ ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି ସହ ମେଣ୍ଟ କରି କଂଗ୍ରେସ ଏମିତି ଭୁଲ୍‌ କରିଥିଲା ଯେଉଁଥିରୁ ସେ ଆଜି ପର୍ଯ୍ୟନ୍ତ ବାହାରି ପାରୁ ନାହିଁ। ପୁଣି ଥରେ କଂଗ୍ରେସ ସେହି ଭୁଲ୍‌ କରିବାକୁ ଯାଉଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ କୌଣସି ଚାପରେ ଆସିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।

Share