ଭୁଲ୍‌ ଟୁଇଟ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୪(ପି.ଟି.): ଶ୍ରୀଲଙ୍କାରେ ଇଷ୍ଟର ପାଳନ ବେଳେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୨୧୫ ନିହତ ଓ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଏହାକୁ ନେଇ ଶୋକବ୍ୟକ୍ତ କରିବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭୁଲ୍‌ ଟୁଇଟ୍‌ କରିଛନ୍ତି। ଟ୍ରମ୍ପ୍‌ ନିଜ ଟୁଇଟର୍‌ ଆକାଉଣ୍ଟରେ ଲେଖିଛନ୍ତି, ଶ୍ରୀଲଙ୍କାରେ ବିସ୍ଫୋରଣରେ ଅନୂ୍ୟନ ୧୩୮ ନିୟୁତ ପ୍ରାଣ ହରାଇଛନ୍ତି ଓ ୬୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କୁ ଆମେରିକାବାସୀଙ୍କ ପକ୍ଷରୁ ସମବେଦନା ଜଣାଉଛି। ଶ୍ରୀଲଙ୍କାକୁ ସାହାଯ୍ୟ ପାଇଁ ଆମେ ପ୍ରସ୍ତୁତ!

Share