Categories: ଜାତୀୟ

ଭୁଲ୍‌ ଲେନ୍‌ରେ ଥିବା ବସ୍‌ ଆଗରେ ସ୍କୁଟି ରଖିଲେ ମହିଳା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୬।୯: ଏବେ ଜଣେ ମହିଳାଙ୍କ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଲେଡି ଡନ୍‌ ଷ୍ଟାଇଲ୍‌ରେ ଭୁଲ୍‌ ଲେନ୍‌ରେ ଥିବା ଏକ ବସ୍‌ ଆଗରେ ନିଜ ସ୍କୁଟିକୁ ଅଟକାଇ ରଖିଛନ୍ତି। ଭିଡ଼ିଓଟି କେରଳର ବୋଲି କୁହାଯାଉଛି। ତେବେ ଏହା କେଉଁ ସହର ତଥା ଏହାକୁ କେବେ ଅପଲୋଡ୍‌ କରାଯାଇଛି ସେନେଇ କୌଣସି ତଥ୍ୟ ମିଳିପାରି ନାହିଁ। ରାସ୍ତାରେ ବସ୍‌ ପାଇଁ ଉଦ୍ଦିଷ୍ଟ ଥିବା ଲେନ୍‌ରେ ବସ୍‌ଟି ନଯାଇ ଭୁଲ୍‌ ଲେନ୍‌ରେ ଯାଉଥିବା ଭିଡ଼ଓରେ ଦେଖିବାକୁ ମିଳୁଛି। ତେବେ ଟ୍ରାଫିକ୍‌ ନିୟମ ମାନି ନ ଥିବା ବସ୍‌କୁ ମହିଳା ଜଣକ ବୁଦ୍ଧି ଶିଖାଇଥିବା ବହୁ ଲୋକ କମେଣ୍ଟ ଦେଇଛନ୍ତି।

Share