ଭୁଲ ଇଞ୍ଜେକ୍‌ସନ ଦେବାରୁ ନାବାଳିକା ମୃତ : କ୍ଲିନିକ୍‌ରେ ଭଙ୍ଗାରୁଜା, ଡାକ୍ତର ଅଟକ

ନିଆଳି,୨୬ା୮(ଡି.ଏନ୍‌.ଏ.)ନିଆଳି ଥାନା ଅଧୀନ ନିଆଳି ପବ୍ଲିକ କ୍ଲିନିକ୍‌ରେ ରବିବାର ଅପରାହ୍ନରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲିପାଟଣା ଥାନା ଅଧୀନ ଦରଡା ଗ୍ରାମର କ୍ରିଷ୍ଣା ନାୟକ(୭)। ଡାକ୍ତର ଭୁଲ୍‌ ଇଞ୍ଜେକଶନ ଦେବାରୁ କ୍ରିଷ୍ଣାଙ୍କ ମୃତ୍ୟୁ ଘଟିଲା ବୋଲି ତାଙ୍କ ମାଆ ରୀତା ନାୟକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେବା ସହ ଉତ୍ତ୍ୟକ୍ତ ଲୋକେ କ୍ଲିନିକରେ ଭଙ୍ଗାରୁଜା କରିଥିଲେ। ଖବରପାଇ ପୋଲିସ ପହଞ୍ଚି ସମ୍ପୃକ୍ତ ଡାକ୍ତରଙ୍କୁ ଥାନାକୁ ଆଣିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ରହିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କ୍ରିଷ୍ଣା ଆଜ୍‌ମା ରୋଗରେ ପୀଡିତ ଥିଲେ। ଚିକିତ୍ସାଲାଗି ତାଙ୍କୁ ରବିବାର ଉକ୍ତ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା କରୁଥିବା ଡା. ରାଧାକାନ୍ତ ପଣ୍ଡା ତାଙ୍କୁ ଇଞ୍ଜେକଶନ ଦେଇଥିଲେ। ପରେ କ୍ରିଷ୍ଣା ଆହୁରି ଅସୁସ୍ଥ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ତୁରନ୍ତ ନିଆଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହୋଇଯିବା ପରେ ମୃତା କ୍ରିଷ୍ଣାଙ୍କ ପରିବାର ଲୋକେ ଓ ସମ୍ପର୍କୀୟମାନେ ଉକ୍ତ କ୍ଲିନିକ୍‌ରେ ପହଞ୍ଚି ଭଙ୍ଗାରୁଜା କରିଥିଲେ। ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ.୧୯୬/୧୯) ରୁଜୁ କରିବା ସହ ସମ୍ପୃକ୍ତ ଡାକ୍ତରଙ୍କୁ ଅଟକ ରଖି ତଦନ୍ତ କରୁଥିବା ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷରେ ଡା. ପଣ୍ଡା କହିଛନ୍ତି, ପିଲାଟି ଆଜ୍‌ମା ରୋଗରେ ପିଡିତ ଥିବାରୁ ତାଙ୍କୁ ଡିଓସେଫ୍‌ ୭୫୦ ଓ ଡେକ୍ସାମିଥାଜୋନ୍‌ ଇଞ୍ଜେକ୍‌ସନ୍‌ ଦିଆଯାଇଥିଲା। ହେଲେ ଝିଅର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। କେତେଜଣ ଲୋକ ଆକ୍ରୋଶମୂଳକ ଭାବେ ମୋତେ ଦୋଷ ଦେଉଛନ୍ତି। ଝିଅର ମୃତ୍ୟୁ ପରେ ମୋତେ କେତେଜଣ ଲୋକ ଏଥିପାଇଁ ବହୁତ ଅର୍ଥ ମାଗୁଥିଲେ। ମୁଁ ନ ଦେବାରୁ ମୋ ବିରୋଧରେ ଏଭଳି ଷଡଯନ୍ତ୍ର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଗବେଷକଙ୍କୁ ଉତ୍ସାହିତ କରିବା ଲାଗି ପ୍ରୟାସ

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ)-ଘୁମୁସର ଗବେଷଣା ପ୍ରତିଷ୍ଠାନ (ଜିଜିପି) ତାର ୫ମ ବାର୍ଷିକ ଅଧିବେଶନ ମେ’ ଶେଷ ସପ୍ତାହରେ ପାଳନ କରିବ । ତେଣୁ ଏନେଇ ସୋମବାର ଏକ...

ଉଠାଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ପୁରୁଷୋତ୍ତମପୁର,୩୧।୩ (ସିମାଞ୍ଚଳ ମିଶ୍ର): ଚାଷୀକୂଳଙ୍କ ସୁବିଧା ସହ କ୍ଷେତକୁ ଜଳଯୋଗାଣ ଲାଗି ରାଜ୍ୟ ସରକାରଙ୍କ ଅନୁଦାନ ୧୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ପୁରୁଷୋତ୍ତମପୁର ବ୍ଲକ...

ମରାମତି କାମ ଶେଷ: ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌

କଟକ,୩୧।୩: ବେଙ୍ଗାଲୁରୁରୁ କାମାକ୍ଷା ଅଭିମୁଖେ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍‌ କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ରବିବାର ଲାଇନ୍‌ଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର...

ତଳେ ବସି ରହିଛି ମୃତଦେହ, ବେକରେ ଲାଗିଛି ରଶି; ହତ୍ୟା ଅଭିଯୋଗ ଆଣିଲେ ପରିବାର

ନୀଳଗିରି,୩୧।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ ହସ୍ପିଟାଲ ନିକଟସ୍ଥ ତିନିକୋଶିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ...

ଦଣ୍ଡନାଚରେ ଅଘଟଣ: ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲେ ବାପାପୁଅ

ବ୍ରହ୍ମପୁର,୩୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଦିନକୁ ଦିନ ଗଞ୍ଜାମ ଜିଲା ଅଶାନ୍ତ ହେବାରେ ଲାଗିଛି। ୪୮ ଘଣ୍ଟା ମଧ୍ୟରେ ଜିଲାରେ ତିନୋଟି ମୁଣ୍ଡ ଗଡିଛି। ଗତ ଶୁକ୍ରବାର...

ପରିତ୍ୟକ୍ତ ଅବସ୍ଥାରେ ସିମନବାଡ଼ି ଯାତ୍ରୀ ବିଶ୍ରାମାଗାର, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ; ରୂପାନ୍ତର ଲାଗି ଉଠୁଛି ଦାବି

ଦାରିଙ୍ଗବାଡି, ୩୧। (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ମୁଖ୍ୟ ବଜାର ଭାବେ ପରିଚିତ ସିମନବାଡି ଛକରେ ଥିବା ଯାତ୍ରୀ ବିଶ୍ରାମାଗାର ଏବେ ପରିତ୍ୟକ୍ତ...

କେନ୍ଦୁଝର ମାଟିର ପୁଅ ଶହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କେନ୍ଦୁଝର,୩୧।୩: କେନ୍ଦୁଝରର ଶହୀଦ ଯବାନ ରାଜକିଶୋର ମୁଣ୍ତାଙ୍କ ମରଶରୀର ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ...

ସରିଲା ରେଲଓ୍ବେ ଟ୍ରାକ୍‌ ମରାମତି କାମ, ଖୁବ୍‌ଶୀଘ୍ର ଚାଲିବ ଟ୍ରେନ୍‌

ଚୌଦ୍ୱାର,୩୧।୩:କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ସୋମବାର ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସକାଳ ୭.୧୫ ସୁଦ୍ଧାରେଲଓ୍ବେ ଟ୍ରାକ୍‌ ମରାମତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image