ଭୁଲ, ଗୁଜବ ଖବର ନ ଦେବାକୁ ଗଞ୍ଜାମ ଜିଲାପାଳଙ୍କ ଅନୁରୋଧ: ସତ୍ୟ ପ୍ରମାଣ ସହ ଖବର ପ୍ରକାଶ କରିବାକୁ ପରାମର୍ଶ

ଛତ୍ରପୁର, ୫।୫(ଡି.ଏନ୍‌.ଏ.): ପ୍ରିଣ୍ଟ, ଇଲେକ୍‌ଟ୍ରୋନିସ୍‌ ଏପରିକି ସୋସିଆଲ ମିଡିଆରେ କରୋନାକୁ ନେଇ କେହି ଭୁଲ ତଥା ତଥା ଗୁଜବ ଖବର ଦିଅନ୍ତୁ ନାହିଁ। ଏପରି କଲେ କାହାରିକୁ ଛାଡ଼ିବୁ ନାହିଁ। ମଙ୍ଗଳବାର ସମସ୍ତ ବିଡିଓ ଓ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆୟୋଜିତ ବୈଠକରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏପରି କହିଛନ୍ତି। ସେ କହିଛନ୍ତି ଯେ, ଭୁଲ ତଥ୍ୟ ପରିବେଷଣ କଲେ ଲୋକଙ୍କ ପାଇଁ ସମସ୍ୟା ଉପୁଜିବ। ସତ୍ୟ ପ୍ରମାଣ ସହ ଖବର ପ୍ରକାଶ କରନ୍ତୁ ଏବଂ ଲୋକଙ୍କୁ ଭୁଲ ସୂଚନା ଦିଅନ୍ତୁ ନାହିଁି ବୋଲି ଜିଲାପାଳ ଅନୁରୋଧ କରିଛନ୍ତି। ଏଥିସହ କରୋନା ମୁକାବିଲା ନେଇ ମିଡିଆର ଭୂମିକା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ମିଡିଆ ପ୍ରତିନିଧିଙ୍କୁ ଜଣାଇବାକୁ ଜିଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଗୁଜବ, ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କୁ ଚି଼ହ୍ନଟ କର ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କହିଛନ୍ତି।

Share