ଭୁଲ ଚାଲାଣ କଟିଥିଲେ ଫେରସ୍ତ ମିଳିବ ଟଙ୍କା: ମନ୍ତ୍ରୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ସଂଶୋଧିତ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯିବା ପରେ ଉଲ୍ଲଂଘନକାରୀଙ୍କଠାରୁ ଚାଲାଣ କରାଯାଇ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ହେଲେ କେତେକ କ୍ଷେତ୍ରରେ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେବାର ନଜିର ରହିଛି। ଅଭିଯୋଗଗୁଡ଼ିକ ଉପରେ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଘୋଷଣା କରାଯାଇଛି। ଶୁକ୍ରବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଭୁଲ ଚାଲାଣ କଟାଯିବା କଥା ନୁହେଁ। ମାତ୍ର ଯଦି କଟିଥିବ, ଟଙ୍କା ଫେରସ୍ତ ମିଳିବ।

ପ୍ରକାଶଥାଉକି, ଡିସେମ୍ବର ୧ରୁ ପୁନର୍ବାର ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଇଥିବା ବେଳେ କଟକର ଜଣେ କାର ଚାଳକଙ୍କଠାରୁ ହେଲମେଟ ପିନ୍ଧି ନ ଥିବାରୁ ଚାଲାଣ କଟାଯାଇଥିବା ଅଭିଯୋଗ ହୋଇଥିଲା। ସେହିଭଳି ଗାଡ଼ି ରାସ୍ତାରେ ଗଡ଼ି ନ ଥିଲେ ବି ଓଭରସ୍ପିଡିଂ ପାଇଁ ଚାଲାଣ କଟାଯାଇଥିବା କିଛି ଚାଳକ ଅଭିଯୋଗ କରିଥିଲେ।

Share