‘ଭୁଲ ଭୁଲେୟା’ର ସିକ୍ୟୁଏଲରେ ନଜର ଆସିବେ ନାହିଁ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଅନିସ ବଜମୀଙ୍କ ଫିଲ୍ମ ‘ଭୁଲ ଭୁଲେୟା’ର ସିକ୍ୟୁଏଲ ନିର୍ମାଣ ହେବାକୁ ଯାଉଛି। ଏହାର ପ୍ରଥମ ଭାଗ ମୁମ୍ବାଇରେ ଶୁଟିଂ ଆରମ୍ଭ କରାଯାଇଥିବା କହିଛନ୍ତି ନିର୍ଦ୍ଦେଶକ। ହେଲେ ପ୍ରଥମ ଫିଲ୍ମଠାରୁ ଏହାର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ କହିଛନ୍ତି। ଏହାର ଦ୍ୱିତୀୟ ଭାଗ ଜୟପୁରରେ କରାଯିବାକୁ ଯୋଜନା ରହିଥିବା ବେଳେ ଅଧିକାଂଶ ଭାଗ ରାଜସ୍ଥାନରେ ଶୁଟିଂ କରାଯିବ। ଯଦିଓ ଏହା ଭୁଲ ଭୁଲେୟାର ସିକ୍ୟୁଏଲ କିନ୍ତୁ କାହାଣୀ ସମ୍ପୂର୍ଣ୍ଣ ନୂଆ ବୋଲି ସେ କହିଛନ୍ତି। ଏଥିରେ ଅକ୍ଷୟଙ୍କୁ ଅତିଥି କଳାକାର ଭାବେ ନେବାକଥା ଉଠିଥିଲା। ହେଲେ ଏମିତି କଲେ ଅକ୍ଷୟଙ୍କୁ ଆମେ ଠିକ୍‌ ସମ୍ମାନ ଦେଇ ପାରିବୁ ନାହିଁ। କାରଣ ସେ ଜଣେ ବଡ ତଥା ବ୍ୟସ୍ତ କଳାକାର। ତେଣୁ ଏଥର ଅକ୍ଷୟଙ୍କ ବିନା ଆମେ ଏହି ସିକ୍ୟୁଏଲ ଫିଲ୍ମ ନିର୍ମାଣ କରିବାକୁ ଯାଉଛୁ ବୋଲି ଅନିସ କହିଛନ୍ତି।

Share