‘ଭୁଲ ଭୁଲେୟା ୨’ରେ ଏକାଠି ନଜର ଆସିବେ ଅକ୍ଷୟ-କାର୍ତ୍ତିକ!

ମୁମ୍ବାଇ: ଏବେ ରିମେକ୍‌ ଓ ସିକ୍ୟୁଏଲର ସମୟ ଚାଲିଥିବା ବେଳେ ବଲିଉଡ୍‌ ଦୁନିଆରେ ବଡ଼ ବଡ଼ ଫିଲ୍ମର ରିମେକ୍‌ ସହ ଏହାର ସିକ୍ୟୁଏଲ ମଧ୍ୟ ନିର୍ମାଣ କରାଯାଉଛି। ତେବେ ୨୦୦୭ରେ ପରଦାକୁ ଆସିଥିବା ହରର କମେଡି ଫିଲ୍ମ ‘ଭୁଲ ଭୁଲେୟା ୨’ ର ସିକ୍ୟୁଏଲ ଏବେ ନିର୍ମାଣ ହେବାକୁ ଯାଉଛି। ସେତେବେଳେ ଏହି ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଏବେ ପୁଣି ଥରେ ଦର୍ଶକେ ଏହାର ସିକ୍ୟୁଏଲକୁ ନିଶ୍ଚିତ ଭାବେ ଅପେକ୍ଷା ରଖିବେ। ହେଲେ ଶୁଣିବାକୁ ମିଳିଛି ଏଥିରେ କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ। ଆଉ ତାଙ୍କ ସହ ଆସି ପାରନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଯଦିଓ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ତଥାପି ଏମାନଙ୍କ ଯୋଡି ଯଦି ଏଥିରେ କାମ କରନ୍ତି ତେବେ ପ୍ରଥମଥର ଲାଗି ଏମାନଙ୍କୁ ଏକାଠି ଦେଖିବେ ଦର୍ଶକେ। ଏଥର ‘ଭୁଲ ଭୁଲେୟା ୨’ ର ନିର୍ଦ୍ଦେଶନା ଭାର ଭୂଷଣ କୁମାରଙ୍କ ହାତରେ ଦିଆଯାଇଛି। ଆଉ ଏହାର ନାୟିକା ଭାବେ ଦିଶା ପଟନିଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Share