Categories: ଜାତୀୟ

ଭୁଲ ସ୍ବୀକାର କଲେ ଶାହା: ଦିଲ୍ଲୀ ନିର୍ବାଚନ ନେଇ ମୋର ଆକଳନ ନ ଥିଲା ଠିକ

ନୂଆଦିଲ୍ଲୀ,୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜର ଭୁଲ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଦିଲ୍ଲୀ ନିର୍ବାଚନ ନେଇ ମୋର ଆକଳନ ଠିକ ନ ଥିଲା। ଭାଜପା ଏକ ବଡ଼ ରାଜନୈତିକ ଦଳ। ଏହା ନିଜର ବିଚାରଧାରା ପ୍ରସାର ଉପରେ ବିଶ୍ୱାସ କରେ। ତେବେ ଦିଲ୍ଲୀ ନିର୍ବାଚନ ଫଳାଫଳ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ବିରୋଧୀ ନୁହେଁ ବୋଲି ସେ କହିଛନ୍ତି।

Share