ବସ୍ତା, ୧୭।୯(ସ୍ବ.ପ୍ର.)-ବସ୍ତା ବ୍ଲକର ବାହାର୍ଦ୍ଦାଠାରେ ଥିବା କୋର୍ଟ ପାଚେରି ଭୁଶୁଡି ପଡ଼ିଛି। ଗତ ୬ ମାସ ପୂର୍ବରୁ ଏହି ପାଚେରି ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ ହୋଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ପାଚେରି ଭୁଶୁଡ଼ି ପଡ଼ିଥିବା ବାର୍ ଆସୋସିଏଶନର ଉପସଭାପତି ପ୍ରଶାନ୍ତ କୁମାର ପଟ୍ଟାୟତ ଅଭିଯୋଗ କରିଛନ୍ତି। କୋର୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।