Categories: ଜାତୀୟ

ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ସେବା: କର୍କଟ ରୋଗୀଙ୍କ ଗୋଡ଼ ଓ ଗୁପ୍ତାଙ୍ଗ ଖାଇଗଲେ ମୂଷା

ଧାନବାଦ୍‌,୩୧।୭: ଛତିଶଗଡ଼ରେ ସାଧାରଣ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ପାଟଳିପୁତ୍ର ମେଡିକାଲରେ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ କର୍କଟ ରୋଗୀଙ୍କ ଗୋଡ଼ ଓ ଗୁପ୍ତାଙ୍ଗ ମୂଷା ଖାଇଦେଇଛନ୍ତି। କକର୍ଟରେ ପୀଡ଼ିତ ହୋଇଥିବା ୭୩ ବର୍ଷ ବୟସ୍କ ଶମିମ୍‌ ମଲ୍ଲିକ୍‌ ରାତିରେ ଚେତା ହରାଇ ପଡ଼ିଥିଲେ। ଏହାର ସୁଯୋଗ ନେଇ କିଛି ମୂଷା ଏଭଳି କରିଛନ୍ତି। ସକାଳେ ତାଙ୍କ ଶରୀରର ଏସବୁ ଅଙ୍ଗରୁ ରକ୍ତ ବାହାରିବାରୁ ପୁଅ ଫହିମ୍‌ ମଲ୍ଲିକ୍‌ ଏନେଇ ଡାକ୍ତରଙ୍କୁ ଜଣାଇଥିଲେ। ଏସବୁ ସ୍ଥାନକୁ ମୂଷା ଖାଇଦେଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ପୂର୍ବରୁ ବହୁ ରୋଗୀ ଏଭଳି ଅଭିଯୋଗ କରିଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଏହି ସମସ୍ୟାର ସମାଧାନ ହୋଇ ପାରୁ ନ ଥିବା କୁହାଯାଉଛି।

Share