Categories: ଖେଳ

ଭୁଶୁଡ଼ିଲା ଭାରତୀୟ ବ୍ୟାଟିଂ ଲାଇନ

ଓ୍ବେଲିଂଟନ,୩୧।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ ଭୁଶୁଡ଼ି ପଡ଼ିଛି। ଦଳ ୧୩ ଓଭରରେ ତା’ର ପ୍ରମୁଖ ୬ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହରାଇ ୯୭ ରନ୍‌ କରିଛି। କେବଳ ଲୋକେଶ ରାହୁଲ (୩୯)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଅଧିନାୟକ ବିରାଟ କୋହଲି ୧୧, ଶିବମ ଦୁବେ ୧୨, ସଞ୍ଜୁ ସାମସନ ୮, ଶ୍ରେୟାସ ଆୟାର ୧ ରନ୍‌ କରି ଆଉଟ୍‌ ହୋଇଥିବାବେଳେ ଓ୍ବାଶିଂଟନ ସୁନ୍ଦର ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ। ମନୀଷ ପାଣ୍ଡେ ୧୪ ଓ ଶାର୍ଦ୍ଦୁଳ ଠାକୁର ୭ ରନ୍‌ କରି ଖେଳୁଛନ୍ତି। ଘରୋଇ ଦଳ ପାଇଁ ଲେଗ୍‌ ସ୍ପିନର ଇଶ ସୋଧି ସର୍ବାଧିକ ୩ ଉଇକେଟ ସଫଳତା ପାଇଛନ୍ତି।

Share