ଭୁଷୁଡ଼ିଲା ଗୋବିନ୍ଦପୁର ବଜାର ନିକଟ କେନାଲ ପୋଲ

କଣ୍ଟାପଡା, ୮।୧୧(ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ପୁରୀ ବ୍ରାଞ୍ଚ କେନାଲର ଗୋବିନ୍ଦପୁର ବଜାର ନିକଟରେ ଥିବା ପକ୍କାପୋଲ ଉପର ଦେଇ ଶୁକ୍ରବାର ଅପରାହ୍ନରେ ଏକ ବାଲିବୋଝେଇ ହାଇୱା ପାର ହେଉଥିବା ସମୟରେ ପୋଲଟି ଭୁଷୁଡି ପଡିଛି।

ସୂଚନାନୁଯାୟୀ, ଉକ୍ତ ପୋଲର ମଝିଖୁଣ୍ଟଟି ଦୂର୍ବଳ ହୋଇ ଯାଇଥିଲା। ଅପରାହ୍ନ ୪ଟାବେଳେ ଗୋବିନ୍ଦପୁର କଲେଜକୁ ବାଲି ନେଇ ଯାଉଥିବା ହାଇୱାଟି ଉକ୍ତ ପୋଲଦେଇ କେନାଲ ପାରି ହେଉଥିବାବେଳେ ମଝିଖୁଣ୍ଟଟି ହଠାତ୍‌ ଭାଙ୍ଗିଯିବାରୁ ହାଇୱାଟି ସେଠାରେ ଝୁଲି ରହିଛି। ଉକ୍ତ ପୋଲଟି ଗୋବିନ୍ଦପୁର ଥାନା ଓ ମହାବିଦ୍ୟାଳୟକୁ ମୁଖ୍ୟ ଯାତାୟତ ବାଟ ହୋଇଥିବାରୁ ଏହାର ମରାମତି ଅତ୍ୟନ୍ତ ଆବଶ୍ୟକ ବୋଲି ଲୋକେ କହୁଛନ୍ତି।

Share