ଭୂକମ୍ପରେ ଥରିଲା ଇସ୍ତାନବୁଲ

ଇସ୍ତାନବୁଲ,୨୭।୯: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଛି। ଏହି ଭୂକମ୍ପ ଯୋଗୁ ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ବେଳେ ସହରର ୪୭୩ ଘର ଭାଙ୍ଗିରୁଜି ଯାଇଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏନେଇ ଶୁକ୍ରବାର ତୁର୍କୀର ରାଷ୍ଟ୍ରପତି ଫୁଆତ ଓକ୍‌ତେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଇସ୍ତାନବୁଲ ସହରରୁ ୬୮ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି।

Share