ଭୂକମ୍ପରେ ଫଶିଗଲେ ସଲମାନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡର ଭାଇଜାନ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ଲୁଲିଆ ଭନ୍ତୁର ଭୂକମ୍ପରେ ଫଶିଯାଇଛନ୍ତି। ମଙ୍ଗଳବାର ଇଣ୍ଡୋନେସିଆରେ ୫.୭ ତିବ୍ରତାର ଭୂକମ୍ପ ହୋଇଥିଲା। ଏହି ସମୟରେ ଲୁଲିଆ ସେଠାରେ ଉପସ୍ଥିତ ଥିଲେ। ଭୂକମ୍ପ ହେଉଥିବାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବ୍ୟକ୍ତିଗତ କାମ ପାଇଁ ବାଲି ଯାଇଥିବା ଲୁଲିଆ ଭିଡିଓ ଶେୟାର କରି କହିଛନ୍ତି, ଆଜି ଈଶ୍ୱର ମୋତେ ବଞ୍ଚାଇଦେଲେ। ଭୂକମ୍ପର ସେଇ କିଛି ସେକେଣ୍ଡ ଭିତରେ ମୋ ମନ ଭିତରେ ହଜାର ହଜାର ଚିନ୍ତାଧାରା ପଶିଥିଲା। ତଥାପି ମୁଁ ସ୍ଥିର ରହି ସେଗୁଡିକୁ ଉପଭୋଗ କରିଥିଲି ବୋଲି ଲୁଲିଆ କହିଛନ୍ତି। ଏଥର କୌଣସି ଜୀବନହାନୀ ଘଟି ନ ଥିବାରୁ ଭଗବାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।

Share