ଭୂକମ୍ପରେ ୨୦ ମୃତ

ଅମ୍ବନ ସିଟି,୨୭।୯: ଇଣ୍ଡୋନେସିଆର ମାଲୁକୁ ଦ୍ୱୀପପୁଞ୍ଜରେ ଗୁରୁବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ୨୦ ମୃତ ଓ ଶତାଧିକ ଆହତ ହୋଇଛନ୍ତି। ଭୂକମ୍ପ ଯୋଗୁ ଭୂସ୍ଖଳନ ଘଟି ଜଣେ ମାଟିତଳେ ପୋତିହୋଇଯାଇଛନ୍ତି। ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୬.୫ ଥିଲା। ଭୟରେ ଲୋକେ ରାସ୍ତାକୁ ବାହାରିଆସିଥିବାବେଳେ ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅନେକ ଘର ଭାଙ୍ଗିଯାଇଛି।

Share