ଆଙ୍କାରା,୩।୪: ଫେବୃୟାରୀ ୬ ତାରିଖରେ ଦିନ ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଛି। ବଡ ବଡ କୋଠା ଭୁଶୁଡି ପଡିବାରୁ ଭଗ୍ନାବଶେଷ ତଳେ ଚାପି ହୋଇ ହଜାର ହଜାର ଲୋକେ ପ୍ରାଣ ହରାଇଛନ୍ତି। ସେହି ସମୟରେ ଏକ ଖବର ସାମ୍ନାକୁ ଆସିଥିଲା ଯେ, ଭୂକମ୍ପର ୧୨୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଦୁଇ ମାସର ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି। ଯାହା ପରେ ଶିଶଟିକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ଉଦ୍ଧାରକାରୀ ଦଳ ଶିଶୁଟିକୁ ବାହାର କରିଥିଲେ, ସେତେବେଳେ ଶିଶୁଟିର ମା’ଙ୍କୁ ଖୋଜିବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଶିଶୁଟିର ମା’ ମୃତ ବୋଲି ଅନୁମାନ କରାଯାଉଥିଲା। ତେବେ ବର୍ତ୍ତମାନ ଏହାକୁ ନେଇ ଆଶ୍ଚର୍ଯ୍ୟଜନକ ଘଟିଛି। ବାସ୍ତବରେ, ଶିଶୁଟି ଭୂକମ୍ପର ୫୪ ଦିନ ପରେ ମା’କୁ ପାଇଛି। ଉଭୟଙ୍କ ଡିଏନ୍ଏ ପରୀକ୍ଷା କରାଯାଇଥିଲା। ଯାହା ମିଶିଯାଇଛି।