Categories: ଫୁରସତ

ଭୂକମ୍ପ ସମୟରେ କେମିତି ରହିବେ ସତର୍କ ଜାଣନ୍ତୁ

ପୃଥିବୀପୃଷ୍ଠର ଉପରିଭାଗ ୭୭ଟି ଟେକ୍ଟୋନିକ୍‌ ପ୍ଲେଟ୍‌ ରହିଛି। ଯେଉଁଠି ଏହି ପ୍ଲେଟ୍‌ ଗୋଟିଏ ଅନ୍ୟଟିକୁ ଧକ୍କା ଦେଇଥାଏ ସେହି ସମୟରେ ଭୂକମ୍ପ ସୃଷ୍ଟି ହୋଇଥାଏ। ଭୂକମ୍ପ ହେଲେ ଅନେକ ଜୀବନ ହାନି ଘଟିଥାଏ। ତେଣୁ କେତେକ ଦିଗ ପ୍ରତି ଧ୍ୟାନ ଦେଲେ ଏଥିରୁ ରକ୍ଷା ମିଳିବ।

-ଭୂକମ୍ପ ସମୟରେ ଲିଫ୍ଟ ବ୍ୟବହାର କରନ୍ତୁ ନାହିଁ।

-ବାହାରକୁ ଯିବାକୁ ହେଲେ ଶିଡ଼ିର ବ୍ୟବହାର କରନ୍ତୁ।

-ଗାଡ଼ିମୋଟର ଚଳାଉଥିଲେ ଏହାକୁ ଗୋଟିଏ ସ୍ଥାନରେ ରଖି ଦିଅନ୍ତୁ।

-ଭୂକମ୍ପ ହେଉଥିବାର ଜାଣିଲେ ତୁରନ୍ତ ଖୋଲା ପଡ଼ିଆକୁ ଚାଲିଯାଆନ୍ତୁ।

-ଭୂକମ୍ପ ହେଉଥିବା ସମୟରେ ଆଲମାରୀ, ପଙ୍ଖା ଆଦି ଉପରେ ଥିବା ଭାରି ଜିନିଷଠାରୁ ଦୂରରେ ରୁହନ୍ତୁ।

– ଭୂକମ୍ପ ସମୟରେ କେଉଁଠି ଫଶି ଯାଇଥିଲେ ଦୌଡ଼ନ୍ତୁ ନାହିଁ।

– ଭୂକମ୍ପ ହେଉଥିବା ଜାଣିଲେ ସୁରକ୍ଷା ପାଇଁ ଘରେ ଥିବା ଟେବୁଲ କିମ୍ବା ଖଟ ତଳେ ରହିଯାଆନ୍ତୁ।

Share