ଭୂତାଣୁ ସଂକ୍ରମଣ ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହୁଏ ବୃଦ୍ଧି: କରୋନା କ୍ଷେତ୍ରରେ ବି ଏହା ସମ୍ଭବ !

ଓ୍ବାଶିଂଟନ,୧୫।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ମାନବ ସମାଜରୁ ଏହି ମହାମାରୀକୁ ଦୂରେଇବା ପାଇଁ ନାନା ପ୍ରକାର ଗବେଷଣା ଜାରି ରହିଛି। ଏହି ମର୍ମରେ ହୋଇଥିବା ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି ଯେ, ସାଧାରଣତଃ ଭୂତାଣୁ ସଂକ୍ରମଣ ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହୁଏ ବୃଦ୍ଧି ହୋଇଥାଏ। ସାର୍ସ ଏବଂ ମର୍ସ ଭୂତାଣୁ ସଂକ୍ରମଣରେ ଏହା ହୋଇଛି। ତେଣୁ କରୋନା ଭୂତାଣୁ ସଂକ୍ରମଣରେ ମଧ୍ୟ ଏହା ସମ୍ଭବ ବୋଲି ଗବେଷକ ଦାବି କରିଛନ୍ତି। ସାର୍ସ ଏବଂ ମର୍ସ କରୋନା ପରିବାରର ସଦସ୍ୟ। ଏସବୁ ଭୂତାଣୁ ସଂକ୍ରମଣରେ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ି ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ଗତ ୨୦ ବର୍ଷ ମଧ୍ୟରେ ମାନବ ସମାଜରେ ସାର୍ସ ଏବଂ ମର୍ସ ପରେ ଏବେ କରୋନା ଆତଙ୍କ ସୃଷ୍ଟି କରିଛି। ତେବେ ଏହାର ସହଜ ଚିକିତ୍ସା ଖୁବ୍‌ ଶୀଘ୍ର ସମ୍ଭବ ହୋଇପାରିବ ବୋଲି ନେଦରଲାଣ୍ଡ୍‌ର ଇରାସ୍ମସ୍‌ ବିଶ୍ୱବିଦ୍ୟାଳୟର ଗବେଷକ କହିଛନ୍ତି। ୨୦୦୨ରେ ଦେଖାଦେଇଥିବା ସାର୍ସ ଭୂତାଣୁ ଅର୍ଥାତ୍‌ କୋଭିଡ୍‌-୨ ସଂକ୍ରମଣ କ୍ଷେତ୍ରରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ଗବେଷକ ସୂଚିତ କରିଛନ୍ତି।

Share