Categories: ଜାତୀୟ

ଭୁଲ ତଥ୍ୟ ଦେଇ ବିବାଦରେ ତ୍ରୀନଗର ବିଧାୟକ: ଏଏପି କାଟିଲା ପ୍ରାର୍ଥୀ ଟିକେଟ

ନୂଆଦିଲ୍ଲୀ,୨୧।୧: ପୂର୍ବତନ ମନ୍ତ୍ରୀ ତଥା ଦିଲ୍ଲୀ ତ୍ରୀନଗରରୁ ବିଧାୟକ ଜିତେନ୍ଦ୍ର ସିଂହ ତୋମାରଙ୍କ ଟିକେଟକୁ ଆମ ଆଦମୀ ପାର୍ଟି (ଏଏପି) କାଟିଦେଇଛି। ଜିତେନ୍ଦ୍ରଙ୍କ ଟିକେଟ କାଟି ତାଙ୍କ ପତ୍ନୀ ପ୍ରୀତିଙ୍କୁ ଟିକେଟ ଦିଆଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଜିତନ୍ଦ୍ରେଙ୍କ ଟିକେଟ କଟିବା ପରେ ପତ୍ନୀ ପ୍ରୀତି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୫ରେ ଜିତେନ୍ଦ୍ର ନିର୍ବାଚନ ଏଫିଡେଭିଟ୍‌ରେ ଶିକ୍ଷା ଯୋଗ୍ୟତାକୁ ନେଇ ଭୁଲ ତଥ୍ୟ ଦେଇଥିବାରୁ ଦିଲ୍ଲୀ ହାଇକୋର୍ଟ ତାଙ୍କର ପ୍ରାର୍ଥୀତ୍ୱକୁ ରଦ୍ଦ କରିଦେଇଥିଲେ। ଏହାପରେ ବି ଏଏପି ତାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସୋମବାର ଏହା ବିରୋଧରେ ଭାଜପା ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାପରେ ଏଏପି ତାଙ୍କ ବଦଳରେ ପତ୍ନୀ ପ୍ରୀତିଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି।

Share