Advertisement
Categories: ଜାତୀୟ

ଭୂସ୍ଖଳନରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଯବାନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରର ଶ୍ରୀନଗର ହାଇଓ୍ବେ ନିକଟରେ ଭୂସ୍ଖଳନରେ ଫସିଥିବା ଜଣେ ଯୁବକଙ୍କୁ ବୁଧବାର ସିଆରପିଏଫ୍‌ର ୭୨ ବାଟାଲିୟନ ଯବାନ ଉଦ୍ଧାର କରିଛନ୍ତି। ମଙ୍ଗଳବାର ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିଯାଇଥିଲା। ଫଳରେ ରାସ୍ତାରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେହିପରି ରାତିରେ ଜମ୍ମୁ-ଶ୍ରୀନଗର ହାଇଓ୍ବେରେ ଭୂସ୍ଖଳନ ହେବାରୁ ଜଣେ ବ୍ୟକ୍ତି ସେଠାରେ ଫସିଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା ସିଆରପିଏଫ୍‌ ଯବାନମାନଙ୍କ ସହ ଥିବା ଡଗ୍‌ ସ୍କ୍ବାଡ ଭଗ୍ନାବଶେଷ ତଳେ ଫସିରହିଥିବା ବ୍ୟକ୍ତିଙ୍କୁ ଦେଖିଥିଲା। ଏହାପରେ ସିଆପିଏଫ୍‌ ଓ ଅନ୍ୟାନ୍ୟ ଏଜେନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରାତିସାରା ଭଗ୍ନାବଶେଷ ତଳେ ଫସିରହିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ସିଆରପିଏଫ୍‌ର ଡଗ୍‌ ଆଜାକ୍ସୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଭୂସ୍ଖଳନ ଯୋଗୁ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share