ଲଣ୍ଡନ,୧୫।୮(ଏଏଫ୍ପି)- ଇଂଲିଶ୍ କ୍ରିକେଟ କ୍ଲବ ଇୟର୍ଲି ଏବେ ଏକ ନୂଆ ପ୍ରକାର ବଲ୍ ବ୍ୟବହାର କରି ଖବର ସୃଷ୍ଟି କରିଛି। ପାରମ୍ପରିକ ଚମଡ଼ା ବଲ୍ ବଦଳରେ ଏହି କ୍ଲବ ଭେଗାନ ବଲ ବ୍ୟବହାର କରିଛି। ଲଣ୍ଡନଠାରୁ ୬୪ କି.ମି. ପଶ୍ଚିମରେ ଅବସ୍ଥିତ ଏହି କ୍ଳବ ପୂର୍ବରୁ ତା’ର ଖେଳାଳିଙ୍କ ପାଇଁ ଭେଗାନ ଟି ବା ଚା ସାମିଲ ଚର୍ଚ୍ଚା ସୃଷ୍ଟି କରିଥିଲା। ଚମଡ଼ା ବଦଳରେ ଭେଗାନ ବଲ୍ ରବର ବ୍ୟବହୃତ ହୋଇଥାଏ। ଚମଡା ବା ଲେଦର ବଲ୍ ଭଳି ମଧ୍ୟ ଏହା ବ୍ୟବହାର କରିଥାଏ। ତେବେ ଏହି ବଲ୍ ଅପେକ୍ଷାକୃତ ଅଧିକ ବାଉନ୍ସ କରିଥାଏ ଫଳରେ ଏହାକୁ ଧରିବା ସାମାନ୍ୟ କଷ୍ଟକର ହୋଇଥାଏ। ବର୍ତ୍ତମାନ ଏହି ବଲ୍କୁ ବ୍ୟବହାର କରିବା ଜାରି ରଖିବୁ ବୋଲି କ୍ଲବର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଗ୍ୟାରୀ ଶାକଲେଡି କହିଛନ୍ତି। ଖୁବ୍ଶୀଘ୍ର ଏହି ବଲ୍ର ଏକ ଅପେକ୍ଷାକୃତ ଉନ୍ନତ ସଂସ୍କରଣ ଆମେ କ୍ରିକେଟରେ ସାମିଲ କରିବୁ ବୋଲି ସେ କହିଛନ୍ତି।