Categories: ଜାତୀୟ

ଭେଣ୍ଟିଲେଟରରୁ ଇସିଏମ୍‌ଓକୁ ଗଲେ ଜେଟଲୀ

ନୂଆଦିଲ୍ଲୀ,୧୭।୮: ରାଜଧାନୀ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଭେଣ୍ଟିଲେଟରରୁ ଇସିଏମ୍‌ଓ ବା Extracorporeal membrane oxygenation (ECMO)କୁ ସ୍ଥାନାନ୍ତର ହୋଇଛନ୍ତି। ସାଧାରଣତଃ ହୃଦଘାତ ସମସ୍ୟା ବା ଫୁସ୍‌ଫୁସ୍‌ ଜନିତ ସମସ୍ୟା ଦେଖାଦେଲେ ଏହି ଚିକିତ୍ସା କରାଯାଇଥାଏ। ସୂଚନାଯୋଗ୍ୟ, ବେଳକୁ ବେଳ ଜେଟଲୀଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ଭାଜପାର ବରିଷ୍ଠ ନେତାମାନେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବାକୁ ଏମ୍ସ ପହଞ୍ଚୁଛନ୍ତି। ଗତ ୯ ତାରିଖରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଜେଟଲୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

Share