ଭେଣ୍ଟିଲେଟରରେ ୧୮ଦିନ ରହିବା ପରେ କରୋନା ଯୁଦ୍ଧରେ ବିଜୟୀ ହେଲେ ୪ମାସର ଶିଶୁ

ବିଶାଖପାଟନମ୍‌,୧୩।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଜଣେ ୪ମାସର ଶିଶୁ କରୋନାକୁ ହରାଇ ସୁସ୍ଥ ହୋଇ ଶୁକ୍ରବାର ଘରକୁ ଫେରିଛନ୍ତି। ଉକ୍ତ ଶିଶୁଙ୍କୁ ୧୮ଦିନ ଯାଏ ହସ୍ପିଟାଲର ଭେଣ୍ଟିଲେଟରରେ ରଖଯାଇ କରୋନା ଚିକିତ୍ସା କରାଯାଉଥିଲା। ତେବେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବ ଗୋଦାବରୀ ଜିଲାର ଜଣେ ଲକ୍ଷ୍ମୀ ନାମ୍ନୀ ମହିଳା ମେ ମାସରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କର ୪ ମାସର ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ମେ ୨୫ରେ ପୀଡ଼ିତ ଶିଶୁକୁ ବିଶାଖପଟନମ୍‌ର ଓ୍ବିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୮ଦିନ ଯାଏ ଭେଣ୍ଟିଲେଟରରେ ରଖାଯାଇ ଶିଶୁକୁ ଚିକିତ୍ସା କରାଯାଇଥିଲା ବୋଲି ଜିଲାପାଳ ବିନୟ ଚାନ୍ଦ କହିଛନ୍ତି।

Share