ଭେଣ୍ଟିଲେଟରର ବିକଳ୍ପ ତିଆରି କଲେ ଭାରତୀୟ ଡାକ୍ତର: କରୋନା ସଂକ୍ରମିତଙ୍କ ଲାଗି ହେବ ଉପଯୋଗୀ

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କେତେକ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଗୁରୁତର କରୋନା ସଂକ୍ରମିତଙ୍କ ଲାଗି ଭେଣ୍ଟିଲେଟର ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଦେଶରେ ମାତ୍ର ୪୪ ହଜାର ଭେଣ୍ଟିଲେଟର ରହିଛି। କିନ୍ତୁ ଏହାର ଆବଶ୍ୟକତା ପୂରଣ ଲାଗି ଭାରତୀୟ ଡାକ୍ତର ରାଜୀବ ଚୌହ୍ବାନ ଏକ ବିକଳ୍ପ ଭେଣ୍ଟିଲେଟର ତିଆରି କରିଛନ୍ତି। ଗୁରୁତର କରୋନା ସଂକ୍ରମିତଙ୍କ ପାଇଁ ଅଟୋମେଟିକ୍‌ ଏମ୍ବ୍ୟୁ ବ୍ୟାଗ୍‌ ତିଆରି କରିଛନ୍ତି। ଏହାର ଉପଯୋଗ ଦ୍ୱାରା ଗୁରୁତର କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ନିଶ୍ୱାସପ୍ରଶ୍ୱାସ ନେବା ସହଜ ହୋଇଥାଏ। ଭେଣ୍ଟିଲେଟର ତୁଳନାରେ ଏହାର ଦାମ ମଧ୍ୟ ଯଥେଷ୍ଟ କମ୍‌ ରହିଛି। ଭେଣ୍ଟିଲେଟର ଦାମ ୧୦ରୁ ୧୨ ଲକ୍ଷ ଟଙ୍କା ଥିବାବେଳେ ଏହାର ପରିଚାଳନା ଲାଗି କର୍ମଚାରୀଙ୍କ ଆବଶ୍ୟକତା ମଧ୍ୟ ରହିଥାଏ। ଅପରପକ୍ଷରେ ଅଟୋମେଟିକ୍‌ ଏମ୍ବ୍ୟୁ ବ୍ୟାଗ୍‌ର ଦାମ ୧୫ରୁ ୧୭ ହଜାର ଟଙ୍କା ରହିଥିବାବେଳେ ଏହାକୁ ବ୍ୟବହାର କରିବା ସହଜ ଜନକ। ୨୦୧୮ଠାରୁ ରାଜୀବ ଏହି ଅଟୋମେଟିକ୍‌ ଏମ୍ବ୍ୟୁ ବ୍ୟାଗ୍‌ ତିଆରି ଆରମ୍ଭ କରିଥିଲେ।

Share