Advertisement

ଭେଣ୍ଡିଂ ମେସିନରେ କାର ବିକ୍ରି କରି ଅରବପତି ହେଲେ ବାପପୁଅ

ଓ୍ବାଶିଂଟନ୍‌,୧୬।୪: ଆମେରିକାର ଭେଣ୍ଡିଂ ମେସିନରେ କାର ବିକ୍ରି କରି କୋଟିପତି ହେଲେ ବାପପୁଅ। ବର୍ତ୍ତମାନ ସମୟରେ ଦୁଇଜଣ ୪୭ହଜାର କୋଟିର ମାଲିକ ବୋଲି ଜଣାପଡିଛି। କାରଭାନ ହେଉଛି ପୁରୁଣା କାର ବିକ୍ର କରୁଥିବା ଆମେରିକାର ଜଣାଶୁଣା ଏକ କମ୍ପାନୀ। ଏହାକୁ ପୁରୁଣା କାରର ଆମାଜନ ମଧ୍ୟ କୁହାଯାଏ। ଏହି କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ଏହାର ସଂସ୍ଥାପକ ବାପା ଏରନେଷ୍ଟ ଗ୍ରାସିଆ ଦ୍ୱିତୀୟ ଓ ପୁଅ ଏରନେଷ୍ଟ ଗ୍ରାସିଆ ତୃତୀୟ ଅରବପତି ବୋଲି ଜଣାପଡ଼ିଛି। ୧୯୯୦ରେ ଏକ ଦୁର୍ନୀତିରେ ଗ୍ରାସିଆ ଦ୍ୱିତୀୟ ଦୋଷୀ ସାବସ୍ତ୍ୟ ହୋଇଥିଲେ, କିନ୍ତୁ ସରକାରୀ ସାକ୍ଷୀ ହେବା ପରେ ସେ ଜେଲ୍‌ ଯିବାରୁ ବଞ୍ଚିତ ହୋଇଥିଲେ। ଏହାପରେ ସେ ପୁରୁଣା କାରକୁ ବିକ୍ରି କରିବା ସହ କ୍ରେତାଙ୍କୁ ଋଣ ଦେବାର ବ୍ୟବସାୟ ଆରମ୍ଭ କରିଥିଲେ। ୨୦୧୩ରେ ଗ୍ରାସିଆ କାରଭାନ କମ୍ପାନୀ ପ୍ରତିଷ୍ଠା କରିଥିଲେ। କାରଭାନ ପୁରୁଣା କାର ବିକ୍ରି ଓ କ୍ରୟ କରିବା ସହ କ୍ରେତାଙ୍କୁ ଋଣ ଦେବାର ବ୍ୟବସାୟ ମଧ୍ୟ କରୁଥିଲା। ଏହି କମ୍ପାନୀର ବିଶେଷତ୍ୱ ହେଲା ସେ ଭେଣ୍ଡିଂ ମେସିନ୍‌ ଜରିଆରେ କାର ବିକ୍ରି କରିଥାଏ। ଆଉ ଏହି କମ୍ପାନୀ କାର ବିକ୍ରି କରିବା ପାଇଁ ୧୬ଟି ଭେଣ୍ଡିଂ ମେସିନ୍‌ ଲଗାଇଥିବା ସୂଚନା ମିଳିଛି। ୫ବର୍ଷର ଏହି କମ୍ପାନୀ ଏବେ ପର୍ଯ୍ୟନ୍ତ କ୍ଷତିରେ ଚାଲୁଥିବା ବେଳେ ଏହାର ଶେୟାରରେ ଲାଗାତାର ବୃଦ୍ଧି ଓ ହ୍ରାସ ହେଉଥିବା ସୂଚନା ମିଳିଛି। ହେଲେ କମ୍ପାନୀର ସଂସ୍ଥାପକ କିନ୍ତୁ ଅରବ ଟଙ୍କାର ମାଲିକ ବୋଲି ଚର୍ଚ୍ଚା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share