Posted inଜାତୀୟ

ଭେଲୋର ଆସନରେ ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୧୭ା୪: ତାମିଲନାଡୁର ଭେଲୋର ଲୋକ ସଭା ଆସନରେ ନିର୍ବାଚନ ବାତିଲ କରିଦିଆଯାଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ମାସ ପ୍ରାରମ୍ଭରେ ଜଣେ ଡିଏମ୍‌କେ ପ୍ରାର୍ଥୀଙ୍କ ଗୋଦାମଘରୁ ୧୧.୫କୋଟି ଟଙ୍କା ଜବତ ହେବା ପରେ ନିର୍ବାଚନ ପାଇଁ ବିପୁଳ ଲାଞ୍ଚ କାରବାର ହେଉଥିବା ସୂଚନା ମିଳିଥିଲା। ଏହି ଘଟଣାକୁ ଆଧାର କରି ଉକ୍ତ ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ଅନ୍ୟ ୩୮ଟି ଆସନ ସହିତ ଏଠାରେ ଭୋଟ ଗ୍ରହଣ ହେବାର ଥିଲା। ଏପ୍ରିଲ ୧୪ରେ ନିର୍ବାଚନ କମିଶନ୍‌ଙ୍କ ସୁପାରିସକୁ ଗ୍ରହଣ କରି ରାଷ୍ଟ୍ରପତି ତାମିଲନାଡୁର ଭେଲୋର ଲୋକ ସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନକୁ ରଦ୍ଦ କରିଦେଇଥିବା କମିଶନ୍‌ଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଭୋଟରଙ୍କୁ ଲାଞ୍ଚଦେବା ଉଦ୍ଦେଶ୍ୟରେ ଅର୍ଥ କାରବାର ଅଭିଯୋଗରେ ଏକ ଲୋକ ସଭା ନିର୍ବାଚନମଣ୍ଡଳୀର ଭୋଟଗ୍ରହଣ ବାତିଲ କରିବା ପ୍ରଥମ ଘଟଣା। ଏ ପର୍ଯ୍ୟନ୍ତ ତାମିଲନାଡୁରୁ ୨୦୫କୋଟି ନଗଦ ଟଙ୍କା ଓ ସୁନାର ପରିମାଣକୁ ମିଶାଇ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜବତ ହେଲାଣି। ନିର୍ବାଚନ ବାତିଲ ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି ଡିଏମ୍‌କେ ଅଭିଯୋଗ କରିଛି। ତେବେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଭେଲୋର ନିର୍ବାଚନମଣ୍ଡଳୀରେ ୨୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ୨୬ରେ ମୁଖ୍ୟମନ୍ତ୍ରୀଙ୍କୁ ଗୁଳି କରିଦେବି, ଅଭିଯୁକ୍ତ ଗିରଫ

ଲାକ୍ଷ୍ନ,୧୯।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ଯୁବକ ୧୧୨କୁ ଡାଏଲ କରି ଜାନୁୟାରୀ ୨୬ରେ ମୁଖ୍ୟମନ୍ତ୍ରୀ ଯୋଗୀ...

୧୮ ଓଟିଟି ପ୍ଲାଟ ଫର୍ମକୁ ବ୍ଲକ କଲା କେନ୍ଦ୍ର, ଜାଣନ୍ତୁ ସରକାର କାହିଁକି ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୯।୧୨: ଏହି ବର୍ଷ ଅଶ୍ଳୀଳ ତଥା ଅଶ୍ଳୀଳ ବିଷୟବସ୍ତୁ ଯୋଗୁଁ କେନ୍ଦ୍ର ସରକାର ୧୮ ଟି ଓଟିଟି ପ୍ଲାଟଫର୍ମକୁ ଅବରୋଧ କରିଛନ୍ତି। ବୁଧବାର (ଡିସେମ୍ବର ୧୮)...

ପାକିସ୍ତାନୀ ବେଟିଂ ଆପ୍ ପ୍ରମୋସନ କରୁଛନ୍ତି ଭାରତୀୟ ସେଲିବ୍ରେଟି

ନୂଆଦିଲ୍ଲୀ,୧୮ା୧୨: ଭାରତରେ ଚାଲିଛି ପାକିସ୍ତାନୀ ବେଟିଂ ଆପ୍ ମାଲିକଙ୍କ ରାଜୁତି। ଟଙ୍କା ଦେଇ ଭାରତୀୟ ସେଲିବ୍ରେଟିଙ୍କୁ ବନାଇଛନ୍ତି ମୋହରା। ସାମାଜିକ ଗଣାମଧ୍ୟରେ ଚାଲିଛି ଜୋରଦାର ପ୍ରଚାର।...

‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଜେପିସି କମିଟି ଗଠନ: ଓଡିଶାରୁ ସମ୍ବିତ, ଭର୍ତ୍ତୃହରି

ନୂଆଦିଲ୍ଲୀ,୧୮ା୧୨: ଏକ ଦେଶ, ଏଲ ନିର୍ବାଚନ ପାଇଁ ମିଳିତ ସଂସଦ କମିଟି (ଜେପିସି) ଗଠନ କରାଯାଇଛି। ଅନୁରାଗ ଠାକୁର ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ପରି ସାଂସଦଙ୍କ...

ଗୋଟିଏ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଖାର୍ଗେ, ରାହୁଲ: ନେଇଗଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୮ା୧୨: ଭାରତର ପରବର୍ତ୍ତୀ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ନିଯୁକ୍ତି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ବୈଠକ ବୁଧବାର...

ମୁମ୍ବାଇରେ ନୌସେନା, ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ତିନି ଯବାନଙ୍କ ସମେତ ୧୩ ମୃତ

ମୁମ୍ବାଇ,୧୮ା୧୨: ବୁଧବାର ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ହାତୀ ଦ୍ୱୀପ ଆଡକୁ ପ୍ରାୟ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍ ଦୁର୍ଘଟଣା ପରେ ବୁଡ଼ି...

ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିଲେ ମହିଳା, ମୃତଦେହ ଭାବି ପୋଷ୍ଟମର୍ଟମ କରିବାକୁ ଦେଲେ ନିର୍ଦ୍ଦେଶ, ତା’ ପରେ ଯାହା ଘଟିଲା…

ପାଟନା,୧୮।୧୨: ବିହାରର ଅରରିଆରେ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ରେଳ ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିବା ବେଳେ ରେଳ ବିଭାଗର ସଫେଇ...

ବାବା ସାହେବ ଆମ୍ବେଦକର କାହିଁକି କରିଥିଲେ ଧର୍ମ ପରିବର୍ତ୍ତନ? ହିନ୍ଦୁରୁ ହୋଇଥିଲେ…

ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ଏବଂ ରାଜ୍ୟ ସଭାରେ ସମ୍ବିଧାନ ଉପରେ ଜୋରଦାର ବିତର୍କ ଚାଲିଥିଲା। ଗୃହମନ୍ତ୍ରୀ ଅମିତ ଶାହଶଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri