ଭୋକିଲାଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲା ପୋଲିସ

ବଲାଙ୍ଗୀର ଅଫିସ, ୧ା୪- ବଲାଙ୍ଗୀର ପୋଲିସ ଟିମ୍‌ ଲକ୍‌ ଡାଉନ୍‌ ସମୟରେ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ମାନବିକତାର ପରିଚୟ ଦେଇଛନ୍ତି ା ପୋଲିସ ଟିମ୍‌ ଖୁଜେନପାଲିରେ କୁଷ୍ଠରୋଗୀମାନେ ରହୁଥିବା ସ୍ଥାନକୁ ଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ପରଶିଥିଲେ ା ଏହି କୁଷ୍ଠରୋଗୀମାନେ ବିଶେଷକରି ଭିକ୍ଷା ବୃତ୍ତି କରି ଦିନ କାଟିଥାନ୍ତି ା ଦୀର୍ଘ ୭ ଦିନ ହେଲା କରୋନା ଲକ୍‌ଡାଉନ୍‌କୁ ନେଇ ଏମାନେ କିଛି ଉପାର୍ଜନ କରି ନ ପାରି ଭୋକରେ ରହୁଥିବା ଖବର ପାଇବା ପରେ ପୋଲିସ ଟିମ୍‌ ଏଠାକୁ ପହଞ୍ଚତ୍ ସେମାନଙ୍କୁ ଖାଇବାକୁ ଦେଇଥିଲେ ା ସେହିପରି ସହର ଭିତରେ ବିଭିନ୍ନ ରାସ୍ତା ଓ ଗଳିର ଅଟକି ରହିଥିବା ଅସହାୟ ଓ ଯାଯାବରଙ୍କୁ ଖୋଜି ସେମାନଙ୍କୁ ଖାଇବା ବଣ୍ଟନ କରିଥିବା ଦେଖାଯାଇଛି ା ଏସପି ସନ୍ଦୀପ ମାଡକରଙ୍କ ନେତୃତ୍ୱରେ ବଲାଙ୍ଗୀର ପୋଲିସର ଏଭଳି ଅସହାୟଙ୍କ ପାଇଁ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ସହ ସେମାନଙ୍କ କର୍ତ୍ତବ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ା

Share