ଭୋକିଲାଙ୍କ ପେଟକୁ ଦାନା ନ ଦେଇ ଇମ୍ରାନ୍‌ଙ୍କ ମୁହଁତୋଡ଼

ଇସଲାମାବାଦ୍‌,୮।୮: ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି। ଲୋକଙ୍କ ପାଖରେ ଖାଇବା ପାଇଁ ଦାନା ନାହିଁ। ଭୋକିଲାଙ୍କ ପେଟକୁ ଦାନା ନ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଅଯଥାରେ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛନ୍ତି। ଇତିମଧ୍ୟରେ ଇମ୍ରାନ୍‌ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ନେଇ ଭାରତ ସହିତ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିବା ସହିତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି ଲାଗି ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଭାରତ ସହିତ ସମ୍ପର୍କ ଛିନ୍ନ ଦ୍ୱାରା ପାକିସ୍ତାନର ହିଁ କ୍ଷତି ହେବ ବୋଲି ଅନ୍ତର୍ଜାତୀୟ ଅର୍ଥଶାସ୍ତ୍ରୀ ମତପୋଷଣ କରିଛନ୍ତି। ଆମେରିକା ପାକିସ୍ତାନର ଏଭଳି କାର୍ଯ୍ୟକୁ ମଧ୍ୟ ପସନ୍ଦ କରିନି। ଆମେରିକା କହିଛି ଯେ, ପାକିସ୍ତାନ ଭାରତରେ ଅନୁପ୍ରବେଶ କାର୍ଯ୍ୟ ବନ୍ଦ କରି ନିଜ ଦେଶରେ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଗୁରୁତ୍ୱାରୋପ କରିବା ଆବଶ୍ୟକ ବୋଲି ଆମେରିକା କହିଛି।

Share