ଭୋକିଲା ପେଟକୁ ଦାନା

ବାଲେଶ୍ୱର ଅଫିସ,୩।୪- ଲକ୍‌ଡାଉନ୍‌ ଯୋଗୁ ବାଲେଶ୍ୱର ଜିଲାର ସମସ୍ତ ଦୋକାନବଜାର, ହୋଟେଲ ବନ୍ଦ ରହିଥିବାରୁ ଅସହାୟ, ଭିକାରୀ, ଗୋରୁ,ବୁଲାକୁକୁର ଓ ଅନ୍ୟ ପ୍ରାଣୀମାନେ ଭୋକିଲା ରହୁଛନ୍ତି। ସହରର ‘ଦି ନ୍ୟୁ ହୋପ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ସହାୟକ ହୋଇପାରିଛି। ସମ୍ପ୍ରତିି ସରକାରଙ୍କ ଦ୍ୱାରା କରାଯାଇଥିବା ଖାଦ୍ୟ ବ୍ୟବସ୍ଥାକୁ ସଂଗଠନ ତରଫରୁ ସାଧୁବାଦ ଜଣାଯିବା ସହ ଏହି ସୁବିଧାରୁ କୌଣସି କାରଣରୁ ବଞ୍ଚତ୍ତ ହେଉଥିବା ଲୋକ ସଂଗଠନକୁ ମୋବାଇଲ୍‌ (ନଂ. ୯୩୩୮୩୧୦୮୬୩ ଓ ୯୩୩୮୩୨୨୨୦୮) ରେ ଯୋଗାଯୋଗ କଲେ ତାଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ୍‌ ଯୋଗାଇ ଦିଆଯିବ ବୋଲି ସଂଗଠନର ମୁଖ୍ୟ ସଂଗ୍ରାମ ପଣ୍ଡା କହିଛନ୍ତି। ଏହି ଖାଦ୍ୟ ବିତରଣ କାର୍ଯ୍ୟକ୍ରମରେ ଅଶ୍ୱିନୀ ଦାସ, ରବୀନ୍ଦ୍ର ପତି, ରାଜେଶ ଶର୍ମା, ସୁଶାନ୍ତ ରଣା ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।