ଲୋଇସିଂହା, ୩୦ା୩(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହାରେ ଫସି ରହିଥିବା ଜିଲା ତଥା ରାଜ୍ୟ ବାହାର ଲୋକଙ୍କୁ ଆାଦିବାସୀ ସଂଘ ପକ୍ଷରୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ା ସଂଘ ସୂଚନାମତେ କେନ୍ଦୁଝର, ଢେଙ୍କାନାଳ ଅଞ୍ଚଳର କେତେକ ପରିବାର ଲକ୍ଡାଉଉନ ଯୋଗୁ ଲୋଇସିଂହାରେ ଫସି ରହିଛନ୍ତି। ଯାନବାହନ ଚଳାଚଳ ବନ୍ଦ ଆଗକୁ ଯାଇ ନ ପାରି ଲୋଇସିଂହା ଆଦିବାସୀ ଭବନ ନିକଟରେ ସେମାନେ ଆଶ୍ରୟ ନେଇଛନ୍ତି। ଦୋକାନ ବଜାର ଖୋଲ ରହୁ ନ ଥିବାରୁ ଖାଦ୍ୟପେୟ ନ ପାଇ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଦିବାସୀ ସଂଘ କର୍ମକର୍ତ୍ତା ଗୋବର୍ଦ୍ଧନ ଧରୁଆ, ଲଲିତ ପୁଟା, ଲାଲମନ ନାଗ ପ୍ରମୁଖ ଘଟଣା ସଂକ୍ରାନ୍ତରେ ଅବଗତ ହୋଇ ସେମାନଙ୍କୁ ରନ୍ଧାଖାଦ୍ୟ ଦେବାକୁ ଯୋଜନା କରି ଖାଦ୍ୟ ଦେଇଆସୁଥିବା ଜଣାଇଛନ୍ତି।