Categories: Video

ଭୋକ ଉପାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ନିବେଦନ | Odia migrant workers seek evacuation

ମହାରାଷ୍ଟ୍ରରେ ଫସିଛନ୍ତି ୧୦୦ରୁ ଅଧିକ ଓଡ଼ିଆ ଦାଦନ ଶ୍ରମିକ । ଓଡ଼ିଶା ଫେରିବାକୁ ଚାହୁଁଛୁ ବୋଲି ଏକ ଭିଡ଼ିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହିମାନେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଳସି ଗାଁ ପଂଚାୟତର ମସାଣିବନ୍ଧା, କୋକୋଡମାଲ ଓ ଭବାନୀପାଟଣା ବ୍ଲକର ଭିକା ଝରଣ ଗାଁର ବାସିନ୍ଦା ବୋଲି ଜଣାପଡିଛି । କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ୨୧ ଦିନିଆ ଲକଡାଉନ ଘୋଷଣା ପରେ ଶ୍ରମିକ ମାନେ ଭୋକ ଉପାସରେ ମହାରାଷ୍ଟ୍ରରେ ଜୀବନ କାଟୁଛନ୍ତି ।

 

More than 100 Odia migrant workers are stuck in Maharashtra amid the 21-day national lockdown imposed because of coronavirus outbreak. They have requested Chief Minister Naveen Patnaik to arrange for their safe return through a video message. The villagers, hailing from various places of Kalahandi district, are struggling there without money and food.