Categories: ଭଦ୍ରକ

ଭୋଗ ଖାଇ ଝାଡ଼ାବାନ୍ତିରେ ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବନ୍ତ,୧୨।୧୧(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଦୋଳପଦି ଓ ମଙ୍ଗୁଲି ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସୋମବାର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ରବିବାର ରାତିରେ ଖାଇଥିବା ବଡ଼ଓଷା ଭୋଗର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ଏମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଡା. ମନୋଜ ପତି କହିଛନ୍ତି।
ଦୋଳପଦି ଗ୍ରାମର ଦୁଇଜଣଙ୍କୁ ପ୍ରଥମେ ଜ୍ୱର ଆସି ଝାଡ଼ା ଓ ବାନ୍ତି ହୋଇଥିଲା। ସେମାନେ ସନ୍ଧ୍ୟାରେ ଡାକ୍ତରଖାନାକୁ ଆସିଥିଲେ। ପରେ ଅନ୍ୟମାନେ ଆକ୍ରାନ୍ତ ହୋଇଥିଲେ। ସେହିପରି ପଡ଼ୋଶୀ ଗ୍ରାମ ମଙ୍ଗୁଲିର ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତର କହିଛନ୍ତି। ଆଗରପଡ଼ା ବ୍ୟତୀତ ଅନ୍ୟ ଡାକ୍ତରଖାନାକୁ କେତେକ ଆକ୍ରାନ୍ତ ଚିକିତ୍ସା ପାଇଁ ଯାଇଛନ୍ତି। ଖବର ପାଇ ଏକ ଡାକ୍ତରୀଦଳ ଗଁାକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ବ୍ଲିଚିଂ ଓ ହାଲୋଜିନ ବଟିକା ବ୍ୟବହାର ପାଇଁ ମାଗଣାରେ ପ୍ରଦାନ କରିଛନ୍ତି।