ଭୋଗ ଦୋକାନରୁ ୫ ଫୁଟର ନାଗସାପ ଉଦ୍ଧାର

ପୁରୀ ଅଫିସ,୨୯।୯: ବାଟ ମଙ୍ଗଳା ମନ୍ଦିର ନିକଟ ଏକ ଭୋଗ ଦୋକାନ ପରିସରରୁ ରବିବାର ୫ ଫୁଟର ନାଗସାପ ପୁରୀ ସ୍ନେକ୍‌ ହେଲପ୍‌ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି। ଭୋରରୁ ଜଣେ ବ୍ୟବସାୟୀ ଦୋକାନ ଖୋଲିବା ସମୟରେ ଭୋଗ ସାମଗ୍ରୀ ଉପରେ ସାପ ଗୁଡାଇ ହୋଇ ଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ସ୍ନେକ୍‌ ହେଲପ୍‌ ଲାଇନ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ କର୍ମଚାରୀ ସଂଗ୍ରାମ ଓ ତାଙ୍କ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।