ଭୋଗରାଇ,୧୭।୫(ଡି.ଏନ୍.ଏ.): ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ଅଧୀନ ରାଣୀବସାଣ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାହାଘର ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳକୁ ଏକ ଡାକ୍ତରୀ ଦଳ ଯାଇ ଚିକିତ୍ସା କରୁଥିବାର ସୂଚନା ମିଳିଛି।