Categories: ଜାତୀୟ

ଭୋଟରଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା: ୩ ମୃତ

ପୁଣେ,୨୧।୧୦: ମହାରାଷ୍ଟ୍ର ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ବାଟରେ ସୋମବାର ସକାଳୁ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି। ବସ୍‌ରେ ୪୫ ଜଣଙ୍କ ଯାତ୍ରୀ ଥିଲେ। ବସ୍‌ଟି ମୁମ୍ବାଇର କରାଡକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ବସରେ ଥିବା ଯାତ୍ରୀମାନେ ଗାଁ ଭୋଟ ଦେବା ପାଇଁ ଯାଉଥିଲେ।

Share