Categories: ଜାତୀୟ

ଭୋଟର ପରିଚୟପତ୍ରରେ ସଂଯୋଗ ହେବ ଆଧାର: ଜନପ୍ରତିନିଧି ଆଇନରେ ସଂଶୋଧନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୫ା୧(ଆଇଏଏନ୍‌ଏସ୍‌): ଭୋଟର ପରିଚୟପତ୍ର ସହ ଆଧାର ନମ୍ବରକୁ ସଂଯୋଗ କରାଯିବ। ଏଥିପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନୂଆ ଆଇନ ପ୍ରସ୍ତୁତ କରୁଥିବା ଜଣାପଡିଛି। ଅନେକେ ଏକାଧିକ ସ୍ଥାନରେ ନିଜକୁ ଭୋଟର ଭାବେ ପଞ୍ଜୀକୃତ କରିଛନ୍ତି। ସେଗୁଡ଼ିକୁ ବନ୍ଦ କରିବାକୁ ହେଲେ ଭୋଟର ପରିଚୟପତ୍ର ସହ ଆଧାରକୁ ସଂଯୋଗ କରିବାକୁ ହେବ। ଏଥିପାଇଁ ନୂଆ ଆବେଦନକାରୀ ଏବଂ ପୂର୍ବରୁ ତାଲିକାରେ ଥିବା ଭୋଟରମାନଙ୍କ ଆଧାର ନମ୍ବର ସଂଗ୍ରହ ଲାଗି ବୈଧାନିକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଥିଲେ। ସେଥିପାଇଁ ଜନପ୍ରତିନିଧି ଆଇନ, ୧୯୫୧ରେ ସଂଶୋଧନ ଲାଗି ଆଇନ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଖୁବ୍‌ଶୀଘ୍ର ତାହା କ୍ୟାବିନେଟ କମିଟିରେ ଉପସ୍ଥାପନ ହେବା ପରେ ପାର୍ଲାମେଣ୍ଟରେ ବିଲ୍‌ ଆଣିବା ନେଇ ବିଚାର କରାଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି।

Share