ଭୋଟିଂ ସମୟରେ ମୁହାଁମୁହିଁ ହେଲେ ଭାଜପା-କଂଗ୍ରେସ କର୍ମୀ: ଟେକା ପଥର ମାଡ଼

ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭୋଟିଂ ସମୟରେ ଭାଜପା-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୬ ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନାର ଦିଆଯାଇଛି। ସ୍ଥାନୀୟ ମଓ୍ବୋତ୍‌ ଅଞ୍ଚଳର ନୁହଁ ଜିଲାରେ ଏଭଳି ଘଟିଛି। ସକାଳ ୮ଟା ୪୫ରେ ଦୁଇ ରାଜନୈତିକ ଦଳର ସମର୍ଥକ ପରସ୍ପର ଉପରକୁ ଟେକାପଥର ମାଡ଼ କରିଥିଲେ। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ସେଠାରୁ ଉତ୍ୟକ୍ତ କର୍ମୀଙ୍କୁ ଘଉଡ଼ାଇଥିଲେ। ସୂଚନାଯୋଗ୍ୟ, ମୁସଲମାନ୍‌ ବହୁଳ ନୁହଁ ଜିଲାରେ ଫିରୋଜପୁର ଝିରକା, ପୁହ୍ନାନା ଏବଂ ନୁହଁ ଆଦି ୩ଟି ବିଧାନସଭା ଆସନ ରହିଛି।

Share