Advertisement
Categories: ଜାତୀୟ

ଭୋଟ କେନ୍ଦ୍ରରେ ପହଞ୍ଚିଲେ ନବ ବିବାହିତ ଯୋଡ଼ି

ଶ୍ରୀନଗର,୧୮।୪: ଲୋକ ସଭା ନିର୍ବାଚନରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ଉତ୍ସାହ ଦେଖିବାକୁ ମିଳୁଛି। ଏହି ମର୍ମରେ ଜମ୍ମୁ-କଶ୍ମୀର ଉଧାମପୁର ଲୋକ ସଭା ଆସନରେ ଏକ ନବ ବିବାହିତ ଯୋଡ଼ି ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ପହଞ୍ଚିଛନ୍ତି। ଉଭୟ ବିବାହ ପୋଷାକରେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ପୋଲିଂ ଅଧିକାରୀଙ୍କ ସମତେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share