Categories: ଜାତୀୟ

ଭୋଟ ଗ୍ରହଣ କେନ୍ଦ୍ରର ୨ଶହ ମିଟର ଦୂରରୁ ମିଳିଲା ଆଇଇଡ଼ି

ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସ୍ଥାନୀୟ କଟେକଲ୍ୟାଣ ଅଞ୍ଚଳର ପରଚେଲି ଭୋଟଗ୍ରହଣ କେନ୍ଦ୍ରଠାରୁ ୨ ଶହ ମିଟର ଦୂରରୁ ସୁରକ୍ଷା କର୍ମୀ ଏକ ଆଇଇଡ଼ି ଜବତ କରିଛନ୍ତି। ମତଦାନକୁ ପ୍ରଭାବିତ କରିବା ପାଇଁ ମାଓବାଦୀ ସଂଗଠନ ପକ୍ଷରୁ ଏଭଳି କରାଯାଇଥିବା କୁହାଯାଉଛି। ଏହି ବିଧାନସଭା ଆସନ ପାଇଁ ୨୭୩ ବୁଥ୍‌ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲାରେ ୧୫ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏଠାରେ ସକାଳ ୭ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।

Share