ଭୋଟ ଦେବାକୁ ଶତାବ୍ଦୀ ଏକ୍ସପ୍ରେସ୍‌ରେ କର୍ନାଲ ଗଲେ ମନୋହର ଲାଲ୍‌ ଖଟ୍ଟର: ସାଇକେଲରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ

ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ମତଦାନ ଜାରି ରହିଛି। କର୍ନାଲରେ ଭୋଟ ଦେବା ଲାଗି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଶତାବ୍ଦୀ ଏକ୍ସପ୍ରେସ୍‌ରେ ବସି ଯାତ୍ରା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଖାଇବା ପଛ ପ୍ରଥମ ହେଉଛି ମତଦାନ ଅଧିକାର ସାବସ୍ତ୍ୟ କରିବା। ପରେ ସେ ସାଇକେଲ ଚଳାଇ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ସେ ୨୦୧୪ରେ ଏହି ଆସନରୁ ୬୦ ହଜାର ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାଜିତ କରିଥିଲେ।

Share