କୋଲକାତା,୧୯।୫: ଲୋକ ସଭା ଆସନ ଲାଗି ଦେଶର ବିଭିନ୍ନ ସ୍ଥାନରେ ରବିବାର ସକାଳୁ ଆରମ୍ଭ ହୋଇଛି ଶେଷ ତଥା ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ। ପଶ୍ଚିମବଙ୍ଗର ବସିରହାଟରେ ଥିବା ବୁଥ୍ ନମ୍ବର ୧୮୯ରେ ଟିଏମ୍ସି କର୍ମୀମାନେ ସାଧାରଣ ଲୋକଙ୍କୁ ଭୋଟ ଦେବାକୁ ଛାଡୁ ନ ଥିବା ଅଭିଯୋଗ ହୋଇଛି। ଭାଜପା ଏମ୍ପି ପ୍ରାର୍ଥୀ ସୟାତନ ବାସୁ କହିଛନ୍ତି, ପାଖାପାଖି ଶହେ ଲୋକଙ୍କୁ ଭୋଟ ଦେବାକୁ ଯିବାକୁ ଛଡାଯାଇନାହିଁ। ଏହି ଖବର ମିଳିବା ପରେ ସେଠାରେ ଅତିରିକ୍ତ ସୁରକ୍ଷାକର୍ମୀ ପହଞ୍ଚିଥିବା ଜଣାପଡିଛି।