ଭୋଟ ଦେଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି। ଭୋଟ ଦେଇ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା। ସକାଳୁ ଲମ୍ବା ଲାଇନ୍‌ରେ ଠିଆ ହୋଇ ଲୋକମାନେ ନିଜର ମତଦାନ କରିଛନ୍ତି। ଏବେ ପର୍ଯ୍ୟନ୍ତ ସବୁ ବୁଥ୍‌ଗୁଡ଼ିକରେ ଶାନ୍ତି ଶୃଙ୍ଖଳା ସହ ମତଦାନ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମତଦାନ ପାଇଁ କାମରାଜ ଲେନ୍‌ର ଏକ ବୁଥ୍‌ରେ ପହଞ୍ଚି ଭୋଟ ଦେଇଥିବା ଦେଖିବାକୁ ମିଳିଛି। ଦ୍ୱିପ୍ରହର ୩ଟା ପର୍ଯ୍ୟନ୍ତ ୩୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।

Share