Advertisement

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ ତାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହିସାବନିକାଶ ଚାଲିଛି। ଚଳିତଥର ଏହି ନିର୍ବାଚନମଣ୍ଡଳୀରେ ଭୋଟ ହାର ୭୪.୩୬ ଶତକ ରହିଛି। ବିଜେଡି ବିଧାୟକ ପ୍ରାର୍ଥୀ ଭାଗୀରଥି ସେଠୀ ୨୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହେବେ ବୋଲି କର୍ମୀମାନେ ବୁଥ୍‌ସ୍ତରୀୟ ହିସାବ କରି କହୁଛନ୍ତି। ସେହିପରି କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବ ଜେନା ଚଳିତ ନିର୍ବାଚନରେ ଭଲ ଫଳ କରି ବିଜୟୀ ହେବେ ବୋଲି କଂଗ୍ରେସ କର୍ମୀମାନେ ମତପୋଷଣ କରୁଛନ୍ତି।  ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ନିିର୍ବାଚନରେ ଜିତିବେ ବୋଲି ଭାଜପା କର୍ମୀମାନେ ମଧ୍ୟ ଆଶା ପୋଷଣ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୦୧୪ ନିର୍ବାଚନରେ ବିଜେଡିର ମାୟାଧର ଜେନା ୮୨ ହଜାର ୫୨୦ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ଜୟଦେବ ଜେନା ୬୦ ହଜାର ୨୯୬ ଖଣ୍ଡ ଭୋଟ ପାଇଥିଲେ। ଭାଜପାର ଆଲୋକ ସେଠୀ ୧୨ ହଜାର ୬୬୪ ଖଣ୍ଡ ଭୋଟ ପାଇଥିଲେ। ନର୍ବାଚନମଣ୍ଡଳୀ ଅଧୀନରେ ହାଟଡ଼ିହି ବ୍ଲକର ୩୧ଟି ପଞ୍ଚାୟତ , ଆନନ୍ଦପୁର ବ୍ଲକର ୧୮ଟି ପଞ୍ଚାୟତ ଓ ଆନନ୍ଦପୁର ପୌରପରିଷଦର ୧୬ଟି ଓ୍ବାର୍ଡ ରହିଛି। ବିଜେଡି ଏଠାରୁ ଜିତିଲେ ତାହାର ଶ୍ରେୟ ପିସିସି ମୁଖିଆ ଓ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଦିଆଯିବ ବୋଲି କୁହାଯାଉଛି  l କଂଗ୍ରେସ ଜିତିଲେ ବିଜେଡି କର୍ମୀମାନେ ଆତ୍ମଘାତୀ କାର୍ଯ୍ୟ କରିଥିବା ସ୍ପଷ୍ଟ ହେବ ବୋଲି ମତପ୍ରକାଶ ପାଉଛି  l ଭାଜପା ଜିତିଲେ ତାହା ବିଜେଡି ଓ କଂଗ୍ରେସ କଳିରୁ ଫାଇଦା ବୋଲି ଧରାଯିବା ନେଇ ଆଲୋଚନା ହେଉଛି। ତେବେ ଭୋଟ ଗଣତି ପରେ ପ୍ରକୃତ ବିଜୟୀ କିଏ ହେବ ତାହା ସ୍ପଷ୍ଟ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share