Categories: ଜାତୀୟ

ଭୋଟ ପୂର୍ବରୁ ୧୮ ଲକ୍ଷ ଟଙ୍କା ଜବତ

ନାଗପୁର, ୨୦ା୧୦ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୧ରେ ହେବାକୁ ଥିବାବେଳେ ପୋଲିସ ଶୁକ୍ରବାର ରାତିରେ ୧୮ ଲକ୍ଷ ଟଙ୍କା ଜବତ କରିଥିବାବେଳେ ଭାଜପା ପ୍ରାର୍ଥୀ ପରିଣୟ ଫୁକେଙ୍କ ସହଯୋଗୀ ନୀତିନ ନୀଳକଣ୍ଠରାଓଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଭଣ୍ଡାରା ଜିଲା ସକୋଲି ନିର୍ବାଚନମଣ୍ଡଳୀରୁ ଫୁକେ ନିର୍ବାଚନ ଲଢ଼ୁଛନ୍ତି। ଭାଜପା ସମର୍ଥକମାନେ କାର୍‌ରେ ଆସି ଲଫାପାରେ ଏହି ଟଙ୍କା ଭୋଟରଙ୍କୁ ବାଣ୍ଟିଥିବା ଅଭିଯୋଗ ହୋଇଛି।

Share